ବିଦ୍ୟୁତ୍ ଟ୍ରାନ୍ସଫରମର୍କୁ ଧକ୍କା ଦେଇ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଚାଳକ ଆହତ, ବ୍ୟବସାୟୀ ମୃତ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ସକାଳେ ପୋଲସରା ଥାନା ଅର୍ନ୍ତଗତ ହୀରାପଲୀ ଗ୍ରାମ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫରମର୍କୁ ଧକ୍କା ଦେଇ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟବସାୟୀଜଣଙ୍କ ନୟାଗଡ଼ ଜିଲ୍ଲା ପୋଖରା ଗ୍ରାମର ଦୀନବନ୍ଧୁ ସାହୁ ବୋଲି ଜଣାପଡିଛି।

ଉପସ୍ଥିତି ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଡ଼ାକ୍ତର ଦୀନବନ୍ଧୁ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଗୁରୁତର ଆହତ ଚାଳକ ଚିକିତ୍ସିତ ହେଉଛନ୍ତି।

Share This Article