ଭୁବନେଶ୍ୱର: ପୁଣି ରାଜ୍ୟ କଂଗ୍ରେସ ଘର ସଜାଡ଼ିବାକୁ ଦଳରୁ ଯାଇ ଦୁଇ ବରିଷ୍ଠ ନେତାଙ୍କୁ ରାତି ଅଧରେ ଘରୁ ବିଦା କରି ଦେଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ର ସରଗରିଆଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ । ବାରମ୍ବାର ଦଳ ବିରୋଧି ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି । ତେବେ ଏଆଇସିସିର ନିଷ୍ପତିକ୍ରମେ ଦଳର ପ୍ରାଥମିକ ସଭ୍ୟ ପଦରୁ ଦୁଇ ନେତାଙ୍କୁ ବହିସ୍କାର କରାଯାଇଛି । ଯାହାକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟିର ଆବାହାକ ଅନନ୍ତ କୁମାର ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆସୁଥିବା ବେଳେ ଦଳରେ କିଛି ଅନର୍ଥ ନଘଟିବା ଅଶଙ୍କାରେ ଦଳ ଏପରି ନିଷ୍ପତି ନେଇଛି । ଗତ କିଛି ଦିନ ପୂର୍ବରୁ ଝାରୁସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିଲା ।
କଂଗ୍ରେସ ଶ୍ରୀକାନ୍ତ ଓ ସରଗରିଆଙ୍କୁ ରାତି ଅଧରେ ଘରୁ ତଡ଼ିଦେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Davidmeafe on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Georgetop on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ
- Kentontrern on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- PrinceRaigh on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Georgetop on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
