ପାହାଡ଼ରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ପ୍ରେମୀ ଯୁଗଳମାନେ ହେଲେ ପାଟପୁର ଥାନା ପାଟପୁର ଗ୍ରାମର ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଓ ପୁରୁଷ ଜଣଙ୍କ ହେଲେ ପାଟପୁର ଥାନା ରାଧାଦେଈପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ। ମୃତ ମହିଳାଙ୍କ ୩ଟି ଛୁଆ ଥିବା ବେଳେ ଉଭୟଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ଗଢିଥିଲା। ଉଭୟ ଗତ ଡିସେମ୍ବର ୧୯ତାରିଖରୁ ନିଖୋଜ ଥିଲେ। ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା।

ଆଜିର ଏହି ଅଘଟଣ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବେ ବୋଲି ଜଣାପଡିଛି।

Share This Article