କଳାହାଣ୍ଡି ଉତ୍ସବ ‘ଘୁମୁରା ୨୦୨୫’ ର ଶୁଭ ଉଦଘାଟନ 

Odisha Hot News
1 Min Read

ଭୁବନେଶ୍ଵର: କଳା, ସଂସ୍କୃତି ଓ ପରମ୍ପରା ର ବର୍ତ୍ତାବହ କଳାହାଣ୍ଡି ଉତ୍ସବ ୨୦୨୫ ର ଜିଲ୍ଲା ସ୍ତରୀୟ ଉତ୍ସବ ଆସନ୍ତା ଜାନୁୟାରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁଣ୍ଡା ବନ୍ଧ ପଞ୍ଚାୟତ ଗିର୍ଜି ମୁଣ୍ଡା ସ୍ଥିତ ଯୋଗମାୟା ଦେବୀ ପୀଠରୁ ଏହି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବର ଶୁଭୁଦଘାଟନ କରାଯାଇଛି।

ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ର ନୁତନ ଲୋଗୋ ଉନ୍ମୋଚନ ହୋଇଛି। ଏହି ଉତ୍ସବ ଜିଲ୍ଲାର ୩୧୦ ଟି ପଂଚୟତ, ପରେ ୧୩ ଟି ବ୍ଲକ ରେ ଓ ଶେଷରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Share This Article