କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା ନିର୍ମାଣ

Odisha Hot News
1 Min Read

ପୁରୀ: କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ ପ୍ରୟୋଗ କରାଯାଇ ନିର୍ମାଣ ହୋଇଅଛି ବହୁତ ବଡ଼ ସାନ୍ତା।

୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡା ର ଏହି ବାଲୁକା କଳାଟି ପାଇଅଛି ନୂଆ ବିଶ୍ଵ ରେକର୍ଡ। ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ଏହି ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ବ୍ୟବହାର କରାଯାଇଅଛି। ଚକୋଲେଟ୍ ବ୍ୟବହାର କରି ହୋଇଥିବା କଳାଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ସ୍ଥାନୀୟ ଓ ପର୍ଯ୍ୟଟକ ମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି।

ଏହି କଳାଟି ମାଧ୍ୟମରେ ସାରା ବିଶ୍ୱକୁ ଖୁସିର ବାର୍ତ୍ତା ଦେବାକୁ ଚାହିଁଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ। ତେବେ ବାଲୁକା କଳାଟିକୁ ପ୍ରସ୍ତୁତ କରିବାକୁ ସୁଦର୍ଶନ ଓ ତାଙ୍କ ସହିତ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଲାଗିଥିଲେ।

Share This Article