ଭୁବନେଶ୍ୱର : ରାଜ୍ୟ ଭାଜପା ପକ୍ଷରୁ ଶନିବାର କରାଯାଇଥିବା ପ୍ରତିଶ୍ରୁତି ସମାବେଶକୁ ୨୪ ଘଣ୍ଟା ପୂରିନାହିଁ। ହେଲେ ବିଜେଡି ପକ୍ଷରୁ ରବିବାର ଖବରଦାତା ସମ୍ମିଳନୀ କରି ଏହାର ଜବାବ ରଖାଯାଇଛି। ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରିଛନ୍ତି।
ସଞ୍ଜୟ ଦାସବର୍ମା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିହୀନଙ୍କୁ ପକ୍କାଘର, ସ୍ଥାୟୀ ଜମିପଟ୍ଟା ଏବଂ ବେକାରୀଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ୫ ବର୍ଷ ପୂର୍ବରୁ କରାଯାଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ୧.୫ଗୁଣା ବୃଦ୍ଧି କରାଯାଇନାହିଁ। ବିଧାନସଭା ଗୃହ କମିଟି ଦ୍ୱାରା ସୁପାରିଶ ୨୯୩୦ ଟଙ୍କା ଏମ୍ଏସ୍ପିକୁ ଗ୍ରହଣ କରାଗଲା ନାହିଁ। ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା ପାଇଁ ଗୋଟାଏ ମିନିଟ୍ ସମୟ ଦେଲେ ନାହିଁ। ତେଣୁ ବର୍ତ୍ତମାନ ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଧୋକା ବ୍ୟତୀତ ଆଉ କିଛି ନୁହେଁ ବୋଲି ସଞ୍ଜୟ କହିଛନ୍ତି।ସେ ଆହୁରି କହିଛନ୍ତି ଯେ, ମହାନଦୀ,ପୋଲାଭରମ, କୋଷ୍ଟାଲ ହାଇୱେ ଭଳି ପ୍ରସଙ୍ଗରେ କେନ୍ଦ୍ର ଓଡ଼ିଶାର ଯଥାର୍ଥ ଦାବିକୁ ଗ୍ରହଣ କରିନାହିଁ। ନବକଳେବର ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ , ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେ, ଚନ୍ଦନପୁର-ରାମେଶ୍ୱର ରାସ୍ତା ନିର୍ମାଣ କଥା ଘୋଷଣା କରିଥିଲେ। ଆଶ୍ଚର୍ଯ୍ୟର କଥା କୌଣସି ଗୋଟିଏ ପ୍ରକଳ୍ପ ସମାପ୍ତ ହୋଇ ନାହିଁ।
ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାହ୍ମଣୀ ସେତୁ ଏବଂ ସୁପରସ୍ପେଶିଆଲିଟି ହସ୍ପିଟାଲ କାର୍ଯ୍ୟ ପୂର୍ଣ୍ଣାଙ୍ଗ କଲେ ନାହିଁ, ଏହା ଫଳରେ ଜଣେ ଭାଜପା ବିଧାୟକ ନିଜ ପଦ ଏବଂ ଦଳରୁ ଇସ୍ତଫା ଦେଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେବା ଲଜ୍ଜାହୀନ କଥା। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା, ବାର୍ଷିକ ୨ କୋଟି ରୋଜଗାର, ପ୍ରତି ଆକାଉଣ୍ଟକୁ ୧୦ ଲକ୍ଷ ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି। ରାଜ୍ୟ ସରକାର ବସୁନ୍ଧରା ଯୋଜନା, ଜାଗା ମିଶନ ଏବଂ ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରିବାରେ ସଫଳ ହୋଇଛନ୍ତି। ସମସ୍ତଙ୍କୁ ପକ୍କାଘର ଏବଂ ପଟ୍ଟା ଦେବାରେ ବିଜେଡି ସରକାର ଆଗକୁ ବଢୁଛି। ତେଣୁ ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେବା ନାଁରେ ନ ଠକନ୍ତୁ ବୋଲି ପ୍ରତାପ କହିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Platforma obsługuje wygodne formy płatności, w tym BLIK kompatybilny z bankami mBank, ING, PKO BP, Pekao i Millennium, a także popularne karty Visa i Mastercard (Maestro). Pozytywne opinie użytkowników publikowane w serwisach Trustpilot oraz Opinie.com potwierdzają wysoki poziom zaufania do marki. Miłośnicy gry na smartfonach mogą korzystać z dedykowanej aplikacji dostępnej na urządzenia z systemem iOS oraz Android, która zapewnia płynną i stabilną rozgrywkę. Slottica to nie tylko polskie kasyno internetowe, lecz także przestrzeń, w której możesz cieszyć się grą i wygrywać na własnych zasadach.