ବାଲୁଗାଁ: ୨୬ କେଜି ଗଞ୍ଜେଇ ଜବତ, ତିନି ଗିରଫ

Odisha Hot News
1 Min Read

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟିମ ପଇଁତରା ମାରୁଥିବା ବେଳେ ସରନଇ ବସ ଷ୍ଟପ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ତିନି ଜଣ ଠିଆ ହୋଇଥିବା ବେଳେ ତଲାସୀ ବେଳେ ସେମାନଙ୍କ ନିକଟରୁ ଦୁଇଟି ବସ୍ତାରୁ ୨୬ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଟୁନା ବେହେରା (୩୮) ଓ ଖତି ଦାସ (୨୬) ଏବଂ ମଧ୍ୟପ୍ରଦେଶର ସରିତା ଯାଦବ (୨୧)।ଉକ୍ତ ଗଞ୍ଜେଇ ବାହାରକୁ ଚାଲାଣ କରାଯାଉଥିବା ସନ୍ଦେହରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୦୮/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଏଏସଆଇ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଅଶେଷ କୁମାର ପ୍ରଧାନ, ଚିନ୍ମୟୀ ଦାଶ, ତୁଷାରକାନ୍ତ ଚମ୍ପତି, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Share This Article