ବିବାହର ପ୍ରଲୋଭନ ଦେଖାଇ ହରିଜନ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଯୁବକ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ମହୁଡା ଗ୍ରାମର ଶିବାନନ୍ଦ ସାହୁ ନାମକ ଜଣେ ଯୁବକ ଚେନ୍ନାଇରେ କାମ କରୁଥିବା ବେଳ ଯାଜପୁର ଅଞ୍ଚଳର ଜନୈକା ହରିଜନ ଝିଅ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଝିଅକୁ ବାହା ହେବି କହି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଗତ ଜୁଲାଇ ମାସରେ ଶିବାନନ୍ଦ ଉକ୍ତ ଝିଅକୁ ଆଣି ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳରେ ଏକ ଭଡାଘରେ ରଖି ଶାରୀରିକ ସମ୍ପର୍କ ରଖିଥିବା ବେଳେ ପୀଡ଼ିତା ଜଣକ ବାହା ହେବାପାଇଁ ଜିଦ୍ କରିଥିଲେ। ପରେ ଶିବାନନ୍ଦ ଉକ୍ତ ଝିଅକୁ ନିଜ ଗ୍ରାମ ମହୁଡାରେ ବାପା ଘରେ ଆଣି ରଖିଥିଲେ। ବାପା ସନାତନ ସାହୁ ଉକ୍ତ ଝିଅକୁ ଜାତିଆଣ ଆକ୍ଷେପ କରିବା ସହ ଝିଅର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଯାହା ଫଳରେ ଶିବାନନ୍ଦ ପୁଣି ଝିଅକୁ ଧରି ଚେନ୍ନାଇ ଫେରି ଯାଇଥିଲେ ଓ ସେଠାରେ ଝିଅକୁ ଛାଡି କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।

ପୀଡ଼ିତା ଜଣକ ଅନ୍ୟ ଉପାୟ ନପାଇ ପୁଣି ଓଡିଶା ଆସି ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ ୪୯୭/୨୪ ମକଦ୍ଦମା ରୁଜୁ କରିଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଚିକିଟି ଏସ୍ ଡି ପି ଓ ବିଶ୍ଵାମିତ୍ର ହରପାଲ୍ ଙ୍କୁ ଘଟଣା ର ତଦନ୍ତ ଦାୟିତ୍ୱ ଦେଇଥିଲେ। ପୋଲିସ ଅନୁସନ୍ଧାନ ଚଳାଇ ଅଭିଯୁକ୍ତ ଶିବାନନ୍ଦଙ୍କୁ ଖୋଜି ଆଣି ଉଭୟଙ୍କୁ ଡାକ୍ତରୀ ମାଇନା କରିବା ପରେ ଗିରଫ କରିଥିଲା।

Share This Article