ସାଂସଦ ଭାବେ ଓଡିଆରେ ଶପଥ ନେଲେ ସୁଜିତ କୁମାର, କହିଲେ ଜୟ ଜଗନ୍ନାଥ, ଦେଖନ୍ତୁ ଭିଡିଓ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି ଓଡିଶାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର। ଆଜି ରାଜ୍ୟସଭା ଆରମ୍ଭ ହେବା ପରେ ଶୋକସଭା ଆଗତ କରାଯାଇଥିଲା। ଏହାପରେ ଯେଉଁମାନେ ନିର୍ବାଚତ ହୋଇ ରାଜ୍ୟସଭାକୁ ଆସିଛନ୍ତି ସେମାନଙ୍କର ଶପଥ କରାଯାଇଥିଲା। ସୁଜିତ କୁମାର ଓଡିଆରେ ଶପଥ ଗ୍ରହଣ କରିଥିଲେ। ଶପଥ ଶେଷ ହେବା ପରେ ସେ ଜୟ ଜଗନ୍ନାଥ କହିଥିଲେ।

ସୁଜିତ କୁମାର ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ବ କରୁଥିଲେ। ଏହାପରେ ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ କରିଥିଲା। ସେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ଆଜି ଶପଥ ଗ୍ରହଣ କରିଛନ୍ତି।

Share This Article