ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୬,୮୩୧ଟି ମାମଲାର ଫଇସଲା

Odisha Hot News
1 Min Read

ଭୁବନେଶ୍ଵର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ରାୟଗଡା ଜିଲ୍ଲା ସିଭିଲକୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା କୋର୍ଟ ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତରେ୬,୮୩୧ଟି ମାମଲା ଫଇସଲା ସେଟେଲମେଣ୍ଟ ବାବଦକୁ ୧କୋଟି ୧୮ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ ହୋଇଛି। ଦୀର୍ଘ ଦିନ ଧରି ପଡିରହିଥିବା ୧୭୦ ଟି ମାମଲା, ରାଜସ୍ୱ ସମ୍ବନ୍ଧିତ 6ହଜାର ୬୩୯ ଟି ମାମଲା, ଲେବର ସମ୍ବନ୍ଧିତ ୨ ଟି ମାମଲା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୨୦ ଟି ମାମଲାର ଫଇସଲା ହୋଇ ସମୁଦାୟ ୧କୋଟି ୧୮ ଲକ୍ଷ ୯୫ ହଜାର ୩୪୯ ଟଙ୍କାର ସେଟେଲମେଣ୍ଟ କରାଯାଇଅଛି।

ଏହି ଲୋକ ଅଦାଲତକୁ ସଫଳ କରିଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଆଚାର୍ଯ୍ୟ ଜିଲ୍ଳାର ଜନସାଧାରଣ ତଥା ଆଇନଜୀବି ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Share This Article