ଗୋଟିଏ ହୁଇସିଲ ମାରିଲେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ !! ଏମିତି କାହିଁକି କହିଲେ ଜୟନାରାୟଣ ମିଶ୍ର

Odisha Hot News
1 Min Read

ଭୁବନେଶ୍ବର: ବିଭିନ୍ନ ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡା କଥା କହି ଚର୍ଚ୍ଚାରେ ରହିଥାନ୍ତି। ସେମିତି ସେ ବିଜେଡିକୁ ନେଇ ଏକ ବଡ ଟିପ୍ପଣୀ ଦେଇଛନ୍ତି। ତାହା ହେଲା, ଗୋଟିଏ ହୁଇସିଲ ପୁଙ୍କିଲେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ହେଲେ ଆମେ ଚାହୁଁ ନାହୁଁ ଯେ, ବିଜେଡି ଭାଙ୍ଗି ଯାଉ। କାରଣ ଗୋଟିଏ ଦଳ ଭାବେ ସେ ରହିବା ଦରକାର। ଅପମାନିତ ହେବା ଦରକାର ବୋଲି ସେ କହିଛନ୍ତି।

ବିଜେଡି ସାଂସଦମାନେ ବିଜେପି ମୁହାଁ ହେଉଛନ୍ତି ଏବଂ ବିଜେଡି ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି ବୋଲି ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡିର ବହୁ ସାଂସଦ ବିଧାୟକ ଓ ନେତା ବିଜେପି ଆସିବାକୁ ଆଗ୍ରହୀ ଅଛନ୍ତି। ସେମାନେ ରିତମତ ଆମ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ତେବେ ବିଜେଡି ସଂପୂର୍ଣ୍ଣ ମୂଳପୋଛ ହେଉ ବୋଲି ଆମେ ଚାହୁଁ ନାହୁଁ। ଯଦି ସେପରି କରିବାର ଅଛି ତେବେ ଗୋଟିଏ ହୁଇସିଲରେ ତାହା ଖଣ୍ଡଖଣ୍ଡ ହୋଇଯିବ ବୋଲି ଜୟନାରାୟଣ କହିଛନ୍ତି।

ଜୟନାରାୟଣଙ୍କର ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Share This Article