ପୁଣି ୬ କୋଲକାତା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ

Odisha Hot News
1 Min Read

ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି କୋଲକାତା ଫେରନ୍ତା | ପୂର୍ବରୁ କୋଲକାତାରୁ ଫେରିଥିବା ଅନେକ ପ୍ରବାସୀ ଓଡ଼ିଆ କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟରେ ଚାହୁଁ ଚାହୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଥିଲା | ରାଜ୍ୟରେ ଅଧାରୁ ଅଧିକ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତ ମଧ୍ୟ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି

ଯାଜପୁରରୁ ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତ ଏରବାଙ୍କ ପଂଚାୟତର ହୋଇଥିବା ବେଳେ ଭଦ୍ରକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବାସୁଦେବପୁର ଏବଂ ଧାମନଗର ବ୍ଲକର ବୋଲି ଜଣା ପଡିଛି | ୪କରୋନା ଆକ୍ରାନ୍ତଙ୍କ ବୟସ ୪୮, ୫୫, ୬୦ ଏବଂ ୬୨ ହୋଇଥିବା ବେଳେ ସମସ୍ତେ ପୁରୁଷ ବୋଲି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି | ସେହିଭଳି ଭଦ୍ରକରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ବୟସ ୪୫(ପୁରୁଷ) ଏବଂ ୫୫(ପୁରୁଷ) ବୋଲି ଜଣା ପଡିଛି | ସମସ୍ତ ୬ଜଣ ଆକ୍ରାନ୍ତ କୋଲକାତାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ଏବେ ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଛି | ଏବେ ୬ଜଣ କରୋନା ପଜିଟିଭ ବାହାରିବା ପରେ ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି |

Share This Article
Leave a Comment