ଗଞ୍ଜାମ ଜିଲ୍ଲାର ୫ ଇନ୍‌ସ୍ପେକ୍ଟର୍‌ଙ୍କୁ ବଦଳି

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ପୁଲିସ ଜିଲ୍ଲାରେ ଇନ୍‌ସ୍ପେକ୍ଟର୍‌ ସ୍ତରରେ ୫ ଜଣଙ୍କୁ ଅଦଳବଦଳ କରାଯାଇଅଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ଆଇଆଇସି ଦୀପ୍ତିରଂଜନ ବେହେରାଙ୍କୁ ପାଟପୁର ଥାନାକୁ ବଦଳି ହୋଇଛି।

ସେହିପରି ମୁଖ୍ୟାଳୟରେ ଥିବା ରେବତି ଶବର ଙ୍କୁ ତାରସିଂ ଥାନା, ପାଟପୁର ଥାନାରେ କାର୍ଯ୍ୟରତ ସବ୍ୟସାଚୀ ମଲ୍ଲଙ୍କୁ ଚମାଖଣ୍ଡି ଥାନାକୁ ବଦଳି କରାଯାଇଛି। ଚମାଖଣ୍ଡି ଥାନାରେ କାର୍ଯ୍ୟରତ ଇନ୍‌ସ୍ପେକ୍ଟର୍ ଦୀପିକା ଦେବୀ ରାୟଙ୍କୁ କୋଟିନଡ଼ା ଥାନା ଓ ତାରସିଂ ଥାନାରେ କାର୍ଯ୍ୟରତ ଇନ୍‌ସ୍ପେକ୍ଟର୍ ବିଜୟ କୁମାର ସ୍ବାଇଁଙ୍କୁ ଛତ୍ରପୁର ସ୍ଥିତ ମୁଖ୍ୟାଳୟକୁ ବଦଳି କରାଯାଇଛି।

Share This Article