ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ, ଓଡ଼ିଶା ପକ୍ଷରୁ ବାର୍ଷିକୋତ୍ସବ

Odisha Hot News
1 Min Read

ଭୁବନେଶ୍ବର: ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ (ଟିଡବ୍ଲୁଡବ୍ଲୁଓ), ଓଡ଼ିଶା ପକ୍ଷରୁ ଗତ ୭ ଡିସେମ୍ବର ୨୦୨୪ ଅପରାହ୍ନ ୫ଟା ସମୟରେ ନିଜର ବାର୍ଷିକୋତ୍ସବ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ‘ସ୍ବାଭିମାନ’ର ପ୍ରତିଷ୍ଠାତା ତଥା ସିଇଓ ଡ.ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥିଭାବେ ଓ ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଡ.ଶ୍ରୁତି ମହାପାତ୍ର ମହିଳା ସଶକ୍ତିକରଣ ଓ ଦିବ୍ୟାଙ୍ଗ ଲୋକମାନଙ୍କ ସେବା ସଂପର୍କର ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ସମାରୋହରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଏସଏନଏଲ ଓ ଦୂରସଂଚାର ବିଭାଗ କର୍ମଚାରୀଙ୍କ ପରିବାର ବର୍ଗ ଯୋଗଦେଇଥିଲେ।

ଏହି ଅବସରରେ ଟିଡବ୍ଲୁଡବ୍ଲୁଓ ସଦସ୍ୟ ଓ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମାରୋହରେ ନିଟ୍, ଜେଇଇ ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟିଡବ୍ଲୁଡବ୍ଲୁଓ ଓଡ଼ିଶାର ସଭାପତି ରାଜଲକ୍ଷ୍ମୀ ପଲାଇ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।

Share This Article