ଗଞ୍ଜାମ ଜିଲ୍ଲା ମହିଳା ଓ ପୁରୁଷ ବକ୍ସିଂ ଦଳ ଚୟନ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଦ୍ଵାରା ବ୍ରହ୍ମପୁର ମହାତ୍ମାଗାନ୍ଧୀ ଖେଳପଡିଆ ଠାରେ ଆୟୋଜିତ ବକ୍ସିଂ ପୁରୁଷ ଓ ମହିଳା ଚୟନ ଶିବିର ରେ ଦୁଇ ଦଳଙ୍କ ଚୟନ ହୋଇଯାଇଛି। ଏହି ଶିବିରକୁ ମହାତ୍ମାଗାନ୍ଧୀ ଷ୍ଟାଡିୟମ୍ ଇନ୍ ଚାର୍ଜ ସଞ୍ଜୀବ କୁମାର ସାହୁ, ଗଞ୍ଜାମ ଜିଲ୍ଲା ବକ୍ସିଂ ସମ୍ପାଦକ କେ ପ୍ରଭାକର ରାଓ, ବକ୍ସିଂ କୋଚ୍ ରିଫେରୀ ଜଜ୍ ଲଡୁ କିଶୋର ସାହୁ, ଅନ୍ତର୍ଜାତୀୟ ରିଫେରୀ ଜଜ୍ ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ, ଶିବ ପାତ୍ର,ଉପସ୍ଥିତ ରହି ଏହି ଶିବିରକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ପୁରୁଷ ଦଳରେ ଏସ୍ ସାଇ ପ୍ରତାପ, ଏସ୍ ସାଇ କୁମାର, ପ୍ରବୀଣ କୁମାର ସେଠୀ ,ବି ନୀଳକଣ୍ଠ , ଏସ୍ ମୁରଲୀ ,ବିପିନି ଗୌଡ଼ , ଆଦିତ୍ୟ ମହାନ୍ତି ଚୟନ ହୋଇଥିବା ବେଳେ ଆଉ ଅତିରିକ୍ତ ୪ ଜଣ ବକ୍ସରଙ୍କୁ ରଖାଯାଇଛି। ସେହିପରି ମହିଳା ଦଳରେ ଏ ରିତୁ ରାଓ, ଜ୍ୟୋତି ବେହେରା, ସୃତିଶା ପାଣିଗ୍ରାହି, ଆୟୁଷ୍ମିତା ପାଣିଗ୍ରାହି, ସୁନିତା ଗୌଡ଼, ମନସ୍ଵିନୀ ସାବତ ପ୍ରମୁଖ ସ୍ଥାନ ପାଇଛନ୍ତି।

Share This Article