ସଫେଇ କର୍ମଚାରୀଙ୍କ ଆବାସସ୍ଥଳୀ ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: କେନ୍ଦ୍ରାପଡ଼ା ପୌରାଞ୍ଚଳର ସଫେଇ କର୍ମଚାରୀମାନେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ସେମାନଙ୍କ ସମସ୍ୟାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି। ଶ୍ରୀ ସ୍ବାଇଁ କେନ୍ଦ୍ରାପଡ଼ା ପୌରାଞ୍ଚଳର ଚଉରି ବ୍ରହ୍ମପୁର ଗାଁରେ ସଫେଇ କର୍ମଚାରୀଙ୍କ ଆବାସସ୍ଥଳୀ ପରିଦର୍ଶନ କରିଛନ୍ତି। ସଫେଇ କର୍ମଚାରୀମାନେ ସେମାନଙ୍କ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କୁ କିଭଳି ଏକ ପରିତ୍ୟକ୍ତ ସ୍ଥାନରେ ରହିବାକୁ ବାଧ୍ୟ କରାଯାଉଛି ସେ ସଂପର୍କରେ ସଫେଇ କର୍ମଚାରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଭାରତୀୟ ଜନତାପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା ସ୍ବର୍ଗତଃ ଗୁରୁଚରଣ ଦାସଙ୍କ ସ୍ମୃତିଚାରଣ ସଭାରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା, ବୈଦ୍ୟନାଥ ଚାଟାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ।

Share This Article