ଗ୍ୟାଲେରୀ ବନାଞ୍ଚଳରେ ୨୬ ଟିକିଆ ହାତୀ ପଲଙ୍କ ଦୌରତ୍ମ୍ୟା ବୃଦ୍ଧି

Odisha Hot News
1 Min Read

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ଏବଂ ଗାଲେରୀ ବନାଞ୍ଚଳରେ ଗତ କିଛିଦିନ ହେଲା ୨୬ ଟିକିଆ ହାତୀ ପଲଙ୍କ ଦୌରତ୍ମ୍ୟ ବଢ଼ି ଚାଲିଛି। ରାତିରେ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ରାଣୀକିଆରୀ ଗାଁ ନିକଟ ବିଜୟସାହିରେ ୬ଟି ଚାଳଛପର ଘରକୁ ୨୬ ଟିକିଆ ହାତୀପଲ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଜୀବନ ବଞ୍ଚାଇବାକୁ ସମସ୍ତ ପରିବାର ପିଲାଛୁଆଙ୍କୁ ଧରି ଘରୁ ଦୌଡ଼ି ପଳାଇ ଗାଁ କୋଠଘରେ ଆଶ୍ରୟ ନେଇଥିଲେ। ଏହି ଗାଁର ଦିଲ୍ଲୀପ ମଳିକ, ପଞ୍ଚାନନ ମଳିକ, ଭାସି ମଳିକ, ସତ୍ୟ ମଳିକ, ଚଣ୍ଡାଳ ମଳିକ, ଟୁନା ମଳିକ ଏବଂ ପ୍ରଦିପ ମଳିକଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି।

ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଡିଏଫଓଙ୍କ ସୂଚନା ପ୍ରକାରେ ଏହି ଆଦିବାସୀ ପରିବାରର ଘରଦ୍ବାର ଭାଙ୍ଗି ହାତୀ ଭାଙ୍ଗି ହାତୀ ପଲ ଘରେ ଥିବା ଧାନ ଚାଉଳ ବସ୍ତା ସବୁ ଟାଣି ନେଇ ତୁରନ୍ତ ନେଇ ସେସବୁକୁ ଫଟାଇ ଖାଇଛନ୍ତି। ଘରର ବାସ ବାସନକୁସନ ସହ ଅନ୍ୟାନ୍ୟ ଘର କରଣା ଜିନିଷ ମଧ୍ୟ ନଷ୍ଟ ହୋଇଛି। ବନ କର୍ମଚାରୀ ମାନେ ଏହି ପରିବାର ଲୋକଙ୍କୁ କିଛି ଖାଦ୍ୟ ସାମଗ୍ର ସହାୟତା କରିଛନ୍ତି। କ୍ଷୟକ୍ଷତି ରିପୋଟ ଆସିବା ପରେ ତୁରନ୍ତ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ରବିବାର ସନ୍ଧ୍ୟା ସୁଦ୍ଧା ଏହି ହାତୀପଲ ବିଜୟ ସାହିରେ ପହଞ୍ଚିଥିବା ଜଣାପଡ଼ିଛି। ବନ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହି ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି।

Share This Article