ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ପୁଅ

Odisha Hot News
1 Min Read

ଭୁବନେଶ୍ଵର: କୃଷି ଉଦ୍ୟାନ ବିଭାଗର କର୍ମଚାରୀ ବିଜୟ କୁମାର ନାୟକ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ‌କରିଛି। ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ତାଙ୍କ ପୁଅ ହତ୍ୟା ଅଭିଯୋଗ କରିଛନ୍ତି।

ଗତକାଲି ଅପରାହ୍ନରେ ବିଜୟ, ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହିତ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ। କିନ୍ତୁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ।

ଆଜି ପରିବାର ଲୋକେ ଫୁଲବାଣୀ ପହଁଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଚଳାଇଛି ଟାଉନ୍ ପୋଲିସ୍।

Share This Article