ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ସଂପର୍କରେ ଆଲୋଚନାଚକ୍ର

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କୃଷି ଭବନ ପ୍ରେକ୍ଷାଳୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫିଲିପାଇନ୍ସର ମାନିଲାସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡକ୍ଟର ୟୋଭାନ ପିଣ୍ଟୋ ଯୋଗଦେଇ ଧାନ ଗବେଷଣାର ନୂତନ ଦିଗ ଉପରେ ଆଲୋଚନା କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଆଲୋଚନାଚକ୍ରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ଧାନଚାଷର ଉତ୍ପତ୍ତି ଓ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ। କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତି କିପରି ବିଶ୍ବ ଧାନଚାଷ ମାନଚିତ୍ରରେ ଓଡ଼ିଶାକୁ ଗର୍ବିତ କରୁଛି ସେ ସଂପର୍କରେ ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ଏକ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ ଦେବେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

Share This Article