୩୩ ତମ ସର୍ବଭାରତୀୟ ୱାଇ.ଏମ.ସି. କପ୍ କ୍ରିକେଟ୍ ପ୍ରସ୍ତୁତି 

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ମିନି ଷ୍ଟାଡିୟମ ଠାରେ ୩୩ ତମ ସର୍ବ ଭାରତୀୟ ୱାଇ.ଏମ.ସି. କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ଜାନୁଆରୀ ୬ରୁ ୧୨, ସାତ ଦିନ ବ୍ୟାପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ନୂଆପଡା ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ କୁମାର ସାହୁ, ସମ୍ପାଦକ ତଥା ୱାଇ.ଏମ. ସି. କନଭେନର ସରୋଜ କୁମାର ସାହୁ (ଭୈରବ), ୱାଇ.ଏମ. ସି. ସଭlପତି ଅମରେଶ ଦାସ, ସମ୍ପାଦକ ତପନ ବଗର୍ତ୍ତି ଉପସ୍ଥିତ ଥିଲେ।

ଚଳିତ ବର୍ଷ ଛତିଶଗଡ଼ ରାଜ୍ୟରୁ ବିଲାସପୁର ଓ ଭିଳାଇ ଦଳ, ମହାରାଷ୍ଟ୍ରରୁ ନାଗପୁର ଓ ରାଜ୍ୟରୁ କଟକ, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉଲକେଲା ଓ ସମ୍ବଲପୁର ବିଭିନ୍ନ ସୁନାମଧନ୍ୟ କ୍ରିକେଟ ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଚମ୍ପିୟାନ ଦଳକୁ ଟ୍ରଫି ସହ ଆର୍ଥିକ ୮୫ ହଜାର ଟଙ୍କା ଓ ରନରସ ଅପ ଦଳକୁ ଟ୍ରଫି ସହ ୪୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନିଷ୍ପତି ହୋଇଅଛି। ପ୍ରତିଦିନ ମ୍ୟାନ ଅଫ ଦି ମ୍ୟାଚକୁ ୨ ହଜାର ଓ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚକୁ ୫ ହଜାର ଟଙ୍କା ପୁରସ୍କୃତ ରାଶି ପ୍ରଦାନ କରାଯିବ।

Share This Article