ଭୁବନେଶ୍ୱର : ଆଜି ସକାଳେ ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ ତିନି କରୋନା ଆକ୍ରାନ୍ତଙ୍କ ଭିତରୁ ଦୁଇ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ ଓ ସେ ଦୁହେଁ ପୁରୁଷ ବୋଲି ଜଣାଯାଇଛି। ଉଭୟଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା।
First Health Update, 3rd May
Two Positives of Ganjam
17 yr Male & 22 yr Male
(Surat returnees. Asymptomatic)
One Positive Case in Jharsuguda
40 yr Female
Contact of previous positive case
Contact tracing and follow-up action is being done.
Total Positive Case: 160
— I & PR Department, Odisha (@IPR_Odisha) May 3, 2020
ଅପରପକ୍ଷରେ ଝାରସୁଗଡ଼ା ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳାଙ୍କ ବୟସ ୪୦ ବର୍ଷ ବୋଲି ସୂଚନା ଦିଆଯାଇଛି। ସେ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି।
ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ଏଥିସହ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏଯାବତ୍ ଜଣେ କରୋନା ଆକ୍ରାନ୍ତ ଜୀବନ ହରାଇଛନ୍ତି