ଆଜି ଭୁବନେଶ୍ବରରେ ଡିଜି ସମ୍ମିଳନୀ: ଘରୁ ବାହାରିବା ପୂର୍ବରୁ ଜାଣିନିଅନ୍ତୁ ଟ୍ରାଫିକ କଟକଣା, ନଚେତ ହେବ ସମସ୍ୟା

Odisha Hot News
1 Min Read

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆୟୋଜିତ ହେବ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ସେଥିପାଇଁ ଭୁବନେଶ୍ବରରୁ ବେଶ ସଜେଇ ଦିଆଯିବା ସହିତ କଡା କଟକଣା ମଧ୍ୟ ଜାରୀ କରାଯାଇଛି।

ବର୍ତ୍ତମାନ ସାରା ଭୁବନେଶ୍ବରକୁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଲୋକସେବା ଭବନ, ଏୟାରପୋର୍ଟ, ରାଜଭବନ, ଅତିଥୀ ଭବନ ପରି ସ୍ଥାନରେ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ।

ଏହି ସମ୍ମିଳନୀ ପାଇଁ ଭିଭିଆଇପିଙ୍କ ଯାତାୟତ ପାଇଁ ଭୁବନେଶ୍ବରର ଟ୍ରାଫିକ କଟକଣା କରାଯାଇଛି। ବହୁ ରାସ୍ତାକୁ ସାଧାରଣ ଯାତାୟତ ପାଇଁ ବନ୍ଦ କରାଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। ତାହା ହେଲା….

ଏ ନେଇ ଜନସାଧାରଣ ସମସ୍ତ ସହଯୋଗ କରିବା ପାଇଁ ଭୁବନେଶ୍ବର ପୋଲିସ କମିଶନରେଟ ଅନୁରୋଧ କରିଛି। ଏହି କଟକଣା ଆଜିଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ।

Share This Article