ଆଜି ଭୁବନେଶ୍ବର ସମସ୍ତ ସ୍କୁଲକୁ ଅଧା ଛୁଟି ଘୋଷଣା କଲେ ରାଜ୍ୟ ସରକାର

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଭୁବନେଶ୍ବରର ସମସ୍ତ ସ୍କୁଲଗୁଡିକ ଅଧା ଛୁଟି ଘୋଷଣା କରିଛନ୍ତି। ଏ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଆଜି ଅପରାହ୍ନ ଗୋଟାଏ ବେଳେ ରାଜଧାନୀର ସମସ୍ତ ସ୍କୁଲ ବନ୍ଦ ରହିବ। ଅର୍ଥାତ ଗୋଟାଏ ବେଳେ ସ୍କୁଲ ଛୁଟି ଘୋଷଣା କରାଯିବ।

ଭୁବନେଶ୍ବରରେ ଆଜି ସର୍ବଭାରତୀୟ ଡିଜି ସମ୍ମିଳନୀ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଠା ସହିତ ସବୁ ରାଜ୍ୟର ଡିଜି ଏହି ସମ୍ମିଳନୀରେ ଯୋଗଦେବେ। ସେଥିପାଇଁ ରାଜଧାନୀକୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଏପରିକି ଆଜିଠାରୁ ତିନିଦିନ ପାଇଁ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି।

ସେହି କାରଣରୁ ଛାତ୍ରଛାତ୍ରୀଙ୍କ ଯାତାୟତରେ ଅସୁବିଧା ନ ହେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରି ଆଜି ଅଧା ଛୁଟି ଘୋଷଣା କରିଛନ୍ତି।

Share This Article