ଯୁବକଙ୍କୁ ନିର୍ମମ ହତ୍ୟା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ରୋହିଗାଁରେ ମଧୁସୂଦନ ଯେନା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦାଦା ଘନ ଯେନା ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁର୍ବ ଶତୃତାକୁ ନେଇ ନିଜେ ଘନ ଓ ତାଙ୍କ ପୁଅ ମିଶି ଘରେ ଏକୁଟିଆ ଥିବା ବେଳେ ମଧୁସୂଦନଙ୍କୁ ଆତର୍କିତ ଭାବେ କାତିରେ ଚୋଟ ଉପରେ ଚୋଟ ମାରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଦେଖିଲା ପରେ ସଦର ଥାନାକୁ ଖବର କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିହତ ଯୁବକଙ୍କ ଶବ ଜବତ କରିଥିଲା। ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article