ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Odisha Hot News
1 Min Read

ଛତ୍ରପୁର: ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା କମିଟି ଏବଂ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ଶହ ଶହ ଶ୍ରମିକ ଓ କୃଷକମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦ ରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଭାରତ ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୪ଟି ଶ୍ରମ କୋଡ଼ର ପ୍ରତ୍ୟାହାର ଏବଂ ଅସଂଗଠିତ କ୍ଷେତ୍ରର ସବୁ ଶ୍ରମିକଙ୍କୁ ପେନସନ ସମେତ ସାମଗ୍ରୀକ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଶିଳ୍ପାୟନ ଓ ଖଣି ଖନନ ଫଳ ରେ ଚାଷ ଜମି ଓ ଜଙ୍ଗଲ ର ହେଉଥିବା ଅବକ୍ଷୟ ତଥା ପରିବେଶ ପ୍ରଦୂଷଣକୁ ରୋକିବାକୁ ଦୃଢ ପଦକ୍ଷେପ ନିଆଯାଉ। ସବୁ ଚାଷ ଜମିକୁ ଜଳ ସେଚନ ର ସୁବିଧା ନିମନ୍ତେ ଜଳ ସେଚନ ମିଶନ ଗଠନ କରିବା ସମେତ ୨୦ଦଫା ଦାବୀ ସମ୍ପର୍କ ରେ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।

ପ୍ରାରମ୍ଭରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ କୃଷକ ଓ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଆଇଏଫଟିୟୁର ସଭାପତି ପ୍ରତାପ ପ୍ରଧାନ, ଏଆଇକେଏମଏସର ସମ୍ପାଦକ ପ୍ରତାପ କୁମାର ନାୟକ, ସନ୍ତୋଷ ନାୟକ, ନାରାୟଣ ବିଷୋୟୀ, ରାଜେନ୍ଦ୍ର ନାଇକ, ରାମ ଚନ୍ଦ୍ର ନାୟକ, ଅର୍ଜୁନ ନାୟକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ।

Share This Article