ଅଡୁଆରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତ କାର୍ତ୍ତିକେୟନ, ଛୁଟି ବୃଦ୍ଧି ଅନୁରୋଧକୁ ସରକାରଙ୍କ ବାତିଲ

Odisha Hot News
1 Min Read

ଭୁବନେଶ୍ବର: ଅଡୁଆରେ ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ଦୀର୍ଘ ଛଅ ମାସ ଛୁଟିରେ ଯିବା ପରେ ଆଜି ତାଙ୍କର ଅବଧି ଶେଷ ହୋଇଛି। ଏହାକୁ ନେଇ ସୁଜାତା ପୁଣି ଛଅ ମାସ ଛୁଟି ବୃଦ୍ଧି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ହେଲେ ରାଜ୍ୟ ସରକାର ତାଙ୍କର ସେହି ଅନୁରୋଧକୁ ବାତିଲ କରିଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାଫଳରେ ବୁଧବାର ଦିନ ସୁଜାତା ସାଧାରଣ ପ୍ରଶାସନ ବିଭାଗରେ ଯୋଗଦେବେ। ତେବେ ତାଙ୍କୁ ରାଜ୍ୟ ସରକାର ପୁଣି କେଉଁପଦବୀରେ ବସାଇବେ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ କେତେକ ସେ ପାଣ୍ଡିଆନଙ୍କ ପରି ହୁଏତ ଭିଆରଏସ ନେବେ ବୋଲି ଅନୁମାନ କରୁଛନ୍ତି।

ଗତ ନିର୍ବାଚନରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ରାଜ୍ୟ ବିଜେପିର ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଦଳୀୟ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ପରେ ତାଙ୍କୁ ମିଶନ ଶକ୍ତି ନିର୍ଦ୍ଦେଶିକାରୁ ଅର୍ଥବିଭାଗକୁ ବଦଳି କରାଯାଇଥିଲା। ଏହାପରେ ସେ ଛଅ ମାସ ପାଇଁ ଛୁଟିରେ ଯାଇଥିଲେ।

Share This Article