ନାବାଳିକାକୁ ଅପହରଣ ମାମଲା: ଅଭିଯୁକ୍ତ ଯୁବକ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଜୁଲାଇ ମାସରେ ହିଞ୍ଜିଳି ପୌରାଞ୍ଚଳରୁ ଜନୈକା ନାବାଳିକାକୁ ଅପହରଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ଅଲାରିଗଡ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ଉକ୍ତ ନାବାଳିକାକୁ ଅପହରଣ କରିନେଇଥିବା ସୁଚନା ପାଇ ପୋଲିସ ଅନୁସନ୍ଧାନ ଚଳାଇଥିଲେ।

ଅଭିଯୁକ୍ତ କୃଷ୍ଣ ନାବାଳିକାକୁ ଅପହରଣ ପରେ ଆନ୍ଧ୍ରପ୍ରଦେଶର କୌଣସି ଏକ ସ୍ଥାନରେ ରଖି ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଜଣାପଡିଛି। ଏହିଭଳି ସମସ୍ତ ତଥ୍ୟକୁ ଆଧାର କରି ହିଞ୍ଜିଳି ପୋଲିସ ଆନ୍ଧ୍ରପ୍ରଦେଶରେ ଚଢ଼ାଉ କରି ଉଭୟ ପୀଡ଼ିତା ଓ ଅଭିଯୁକ୍ତକୁ ସେଠାରୁ ଉଠାଇ ଆଣି ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କୃଷ୍ଣକୁ ପୋକ୍ସ ଅଦାଲତକୁ ଚାଲାଣ କରିଛନ୍ତି।

Share This Article