ସୁଲଭ ଗୃହ ଏବଂ ଇଡବ୍ଲୁଏସ ଗୃହର ଆବଣ୍ଟନ ପତ୍ର ଓ ଚାବି ବିତରଣ କଲେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିସହିତ ଶ୍ରୀ ମହାପାତ୍ର ବାରଙ୍ଗ ବ୍ଲକ୍ ନରଣପୁର ଠାରେ ସୁଲଭ ଗୃହ ପ୍ରକଳ୍ପ ଗୃହ ବଣ୍ଟନ କରିଥିଲେ। ୮୭୦ଜଣଙ୍କୁ ସୁଲଭ ଗୃହ ଏବଂ ଇଡବ୍ଲୁଏସ ଗୃହ ଆବଣ୍ଟନ ପତ୍ର ଓ ଚାବି ବିତରଣ କରିଥିଲେ।

ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ସ୍ୱଳ୍ପ ଖର୍ଚ୍ଚରେ ଘର ଯୋଗାଇବା ପାଇଁ ସଂକଳ୍ପବଦ୍ଧ ଏଥି ପାଇଁ ସ୍ୱଳ୍ପ ବେତନ ପାଉଥିବା କର୍ମଚାରୀମାନେ ଉପକୃତ ହୋଇ ପାରିବେ। ପ୍ରାରମ୍ଭରେ ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର ସ୍ଵାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଇଞ୍ଜିନିୟରିଂ ମେମ୍ବର ଅତନୁ କୁମାର ସାମନ୍ତ, ପ୍ଳାନିଂ ମେମ୍ବର ଏମ. କ୍ୟୁ ଅଲ୍ଲୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

Share This Article