ପୁରୁଣା ବସଷ୍ଟାଣ୍ଡରେ ଥିବା ଜବର ଦଖଲ ଗୃହ ଉଚ୍ଛେଦ

Odisha Hot News
1 Min Read

କେନ୍ଦ୍ରାପଡା: ପୌରସଂସ୍ଥାର ଜମିକୁ ଯୋର ଜବର ଦଖଲ କରି ବେଆଇନ୍ ଭାବେ ଦୀର୍ଘଦିନ ଧରି ଗ୍ରୁହ ନିର୍ମାଣ କରି ଛୋଟ, ମୋଟ ଦୋକାନୀ ମାନେ ଦୋକାନ ଘରକରି ବେପାର ବଣିଜ କରି ଆସୁଥିଲେ। ଯାହା ଫଳରେ ଉକ୍ତ ସ୍ଥାନରେ ପ୍ରତିଦିନ କିଛିନା କିଛି ଦୂର୍ଘଟ୍ଟଣା ସମେତ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଥିବା ଘଟ୍ଟଣା ବିଷୟରେ ବାରମ୍ବାର ପୌରସଂସ୍ଥା ନିକଟରେ ଅଭିଯୋଗ ହୋଇ ଆସୁଥିଲା।

ପୌରସଂସ୍ଥା ପକ୍ଷରୁ ଦୋକାନୀ ମାନଙ୍କୁ ଜବର ଦଖଲ କରି ସେହି ସ୍ଥାନରେ ସମ୍ପୁର୍ଣ୍ନ ବେଆଇନ୍ ଭାବେ ନିର୍ମାଣ କରିଥିବା ଦୋକାନଘର ଗୁଡିକୁ ତୁରନ୍ତ ଭାଂଗି ଅନ୍ୟତ୍ର ନେବା ପାଇଁ ସରକାରୀ ସ୍ତରରେ ତିନି ତିନିଥର ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ୩ଦିନ ପୂର୍ବରୁ ମଧ୍ୟ ଅନ୍ୟ ଏକ ନୋଟିସ ଜାରି କରାଯାଇଥିବା ପୌରଅଧିକାରୀ ସୂଚନା ଦେଇ କହଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ନୋଟିସ ଗୁଡିକୁ ହେ ଗ୍ୟାନ୍ ମନେକରି ଜବର ଦଖଲ ଘର ଗୁଡିକୁ ନଭାଂଗିବାରୁ ବାଧ୍ୟ ହୋଇ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜେସିବି ଚଳାଇ ପୌର ଅଧିକାରୀଙ୍କ ସହିତ ଏକଜିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା କେନ୍ଦ୍ରାପଡା ତହସିଲଦାର ଏବଂ ସଦଳବଳ ପୋଲିସ ଟିମ୍ ସହିତ ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଘରର ସାମ୍ନାପଟୁ ପାଖା ପାଖି ଅର୍ଦ୍ଧାଧିକ ଘର ଭାଙ୍ଗି ଫୋପାଡି ଦେବା ସହ, ଉକ୍ତ ଦୋକାନ ଗୃହ ନିକଟରେ ଥିବା ଅନ୍ୟାନ୍ୟ ଦୋକାନ ଗୃହ ଗୁଡିକୁ ମଧ୍ୟ ଭଙ୍ଗାଯାଇଥିଲା। ମୋଟ 54 ଟି ଜବରଦଖଲ କରିଥିବା ଘର ଉଚ୍ଛେଦ ହୋଇଥିବା ଜଣାପଡିଛି।

Share This Article