ଅଚେତ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ଡାକ୍ତରଖାନାରେ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚାନ୍ଦ ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ରତ୍ନମଣି ପୁର ଗ୍ରାମର ସୁଷମା ସାହୁ ନାମ୍ନୀ ଜଣେ ମହିଳା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନୁଆବସଷ୍ଟାଣ୍ଡରେ ପଡ଼ି ରହିଥିଳେ। କିଛି ଯାତ୍ରୀ ମାନଙ୍କ ଠାରୁ ଖବର ପାଇ ଫାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ସମୟରେ ଉକ୍ତ ମହିଳାନଙ୍କ ମୃତ୍ୟୁ ଘଟିଥିଲା। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଛି। ମୃତ ମହିଳା ଙ୍କ ବ୍ୟାଗ୍ ର ପୋଲିସ ଏକ ଆଧାର କାର୍ଡ ପାଇ ଘର ଲୋକଙ୍କୁ ଖବର ଦେଇଛି। ଶବ ବ୍ୟବଚ୍ଛଦ ପରେ ପୋଲିସ ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।

ଖବର ରୁ ଜଣାପଡିଛି ଯେ, ମୃତ ମହିଳା ଜଣଙ୍କ ସ୍ବାମୀ ଠାରୁ ଅଲଗା ହୋଇ ନିଜ ଭାଇ ଘରେ ରହୁଥିଳେ ଓ ଘଟଣା ଦିନ ସେ ଭୁବନେଶ୍ୱର ରୁ ଏକ ବସ୍ ରେ ଫେରି ବସ୍ ଷ୍ଟାଣ୍ଡ ଠାରେ ଅଚେତ ହୋଇ ପଡ଼ି ଯାଇଥିଲା।

Share This Article