ଆଇଏନଏସ ଚିଲକା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେବାପା ଜେଜେ ମା ଦିବସ ପାଳନ

Odisha Hot News
1 Min Read

ବାଲୁଗାଁ: ଆଇଏନଏସ ଚିଲିକା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପରିବାର ତଥା ସମାଜରେ ଜେଜେବାପା ଓ ଜେଜେ ମାଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଏକ ହୃଦୟସ୍ପର୍ଶୀ ଜେଜେ ବାପା ଜେଜେ ମା ଦିବସ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଓ ଜେଜେ ମା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ବୃଦ୍ଧ ଲୋକଙ୍କ ମଧ୍ୟରେ ଶକ୍ତି ଏବଂ ପ୍ରତିଯୋଗିତାମୂଳକ ଭାବନାକୁ ନେଇ କୁଇଜ, ମ୍ୟୁଜିକ ଚେୟାର୍ ଆଦି ପ୍ରତିଯୋଗିତା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅମିତ ଟୋକାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଚିନ୍ମୟ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଏକ ଜୀବନ୍ତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନା ଏକ ସୁନ୍ଦର ଓଡିଆ କବିତା ‘ମୋ ଜେଜେମା’ ପାଠ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ ଏବଂ ଜେଜେ ବାପାଙ୍କ ଅନନ୍ତ ଜ୍ଞାନ ଏବଂ ପ୍ରେମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଉତ୍ସବ କେବଳ ଛାତ୍ରଛାତ୍ରୀ ଓ ଜେଜେ ବାପା ଜେଜେ ମା ଙ୍କ ମଧ୍ୟରେ ବନ୍ଧନକୁ ମଜବୁତ କରିନଥିଲା ବରଂ ସମାଜ ତଥା ପାରିବାରିକ ଜୀବନରେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କର ମୂଲ୍ୟବୋଧକୁ ଦର୍ଶାଇ ସେମାନଙ୍କୁ ଉଚିତ୍ ସମ୍ମାନ ଏବଂ ଭଲ ପାଇବା ଦେବାକୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଯାଇଥିଲା।

Share This Article