କର୍ତ୍ତବ୍ୟ ନିର୍ବାହ ସମୟରେ ସତର୍କତା ପାଇଁ ପୁରସ୍କୃତ ହେଲେ ଲୋକୋ ପାଇଲଟ

Odisha Hot News
1 Min Read

ଭୁବନେଶ୍ଵର: ରାୟପୁର ରେଳ ମଣ୍ଡଳର ପଣ୍ୟବାହୀ ଟ୍ରେନ୍ ଲୋକୋ ପାଇଲଟ୍ ସନ୍ଦୀପ ପାଟିଲ୍ ଏବଂ ସହ-ଲୋକୋ-ପାଇଲଟ୍ ତୋରଣ ଲାଲ୍ ସାହୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ସତର୍କତା ପାଇଁ ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।

ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଏହି ପ୍ରଦର୍ଶନ ପାଇଁ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ସମ୍ବଲପୁର ରେଳ ମଣ୍ଡଳର ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ଲୋକୋ ପାଇଲଟ ମାନଙ୍କୁ ନଗଦ ରାଶି ଏବଂ ମେରିଟ ସାର୍ଟିଫିକେଟ୍ ସହିତ ପୁରସ୍କୃତ କରି ସେମାନଙ୍କୁ ସମ୍ମାନିତ କରିଥିଲେ।

ଲୋକୋ ପାଇଲଟ ଦ୍ବୟ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରୁଥିବାବେଳେ, ପଣ୍ୟବାହୀ ଟ୍ରେନ ଚାଳକ ଶ୍ରୀ ପାଟିଲ ଏବଂ ଶ୍ରୀ ସାହୁ 10.11.2024 ରାତ୍ରି ପ୍ରାୟ 08 ଘ.40 ମି.ରେ ନୂଆପଡା ରୋଡ୍ ଏବଂ ଖରିଆର ରୋଡ୍ ରେଳ ଷ୍ଟେସନ ମଧ୍ୟରେ ଡାଉନ୍ ଲାଇନ୍ ଟ୍ରାକରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଉଭୟ ଲୋକୋ-ପାଇଲଟ ଟ୍ରେନକୁ ଅଟକାଇ ଷ୍ଟେସନ କର୍ମଚାରୀଙ୍କୁ ଜଣାଇଥିଲେ। ତୁରନ୍ତ ରେଳ କର୍ମଚାରୀଙ୍କ ଦ୍ୱାରା ଟ୍ରାକରୁ ପଥରଗୁଡିକ ହଟାଯାଇଥିଲା ଏବଂ ତା’ପରେ ପଣ୍ୟବାହୀ ଟ୍ରେନ୍ ସୁରକ୍ଷିତ ଭାବରେ ତାହାର ଯାତ୍ରା କରିଥିଲା।

ଜିଆରପି ଟିଟିଲାଗଡ଼ ପୋଲିସ ଷ୍ଟେସନ ଅଧୀନରେ ଏହି ସମ୍ବନ୍ଧରେ ଏଫଆଇଆର ଦାଖଲ କରାଯାଇଛି। ବର୍ତ୍ତମାନ ମାମଲା ତଦନ୍ତ ପରିସରଭୁକ୍ତ ଅଛି।

ରାତ୍ରି ପ୍ରାୟ 08 ଘ.35 ମି.ରେ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଥିତି ଲଖନା ଷ୍ଟେସନରେ ଥିଲା ଯାହାକି ନୂଆପଡା ରୋଡ ଠାରୁ ପ୍ରାୟ 14 କିଲୋମିଟର ଦୂରରେ ଏକ ଭିନ୍ନ (UP) ଲାଇନରେ ଥିଲା।

କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଲୋକୋ ପାଇଲଟଙ୍କ ସତର୍କତା ପ୍ରଶଂସା ଯୋଗ୍ୟ କାରଣ ସେମାନଙ୍କର ଶୀଘ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ, ଉଭୟ ମାନବ ଜୀବନ ଏବଂ ଟ୍ରେନର ସୁରକ୍ଷା ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

Share This Article