ବିଦ୍ୟୁତ୍ ଆଘାତରେ କାଠ ମିସ୍ତ୍ରୀର ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗାଁ ଥାନ ଅନ୍ତର୍ଗତ ଦିଗାପଡା ଗ୍ରାମର ସନ୍ତୋଷ ମହାରଣା ନାମକ ଜଣେ କାଠ ମିସ୍ତ୍ରୀ ନିଜ ଘରେ କାମ କରୁଥିଲା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ କର୍ତ୍ତବ୍ୟରତ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବେଲଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ସନ୍ତୋଷଙ୍କ ଭାଉଜ କୁନି ମହାରଣା ଠାରୁ ଅଭିଯୋଗ ଗ୍ରହଣ କରି ୭/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article