ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଧବଳେଶ୍ବର ପିଠରେ ପ୍ରବଳ ଭିଡ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ଏହି ଦିନ ଦେବଦେବ ମହାଦେବଙ୍କୁ ଦର୍ଶନ କରାଯାଇଥାଏ। କାରଣ କାର୍ତ୍ତିକ ମାସର ସବୁ ସୋମବାର ହେଉଛି ସବୁଠାରୁ ବଡ। ସେଥିପାଇଁ ଏହି ମାସର ପ୍ରତିଟି ସୋମବାରରେ ଭକ୍ତମାନେ ଶିବ ଦର୍ଶନ କରିଥାନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ପ୍ରତିଷ୍ଠିତ ଧବଳେଶ୍ବର ପିଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନେ ଭୋରରୁ ବାବାଙ୍କୁ ଦର୍ଶନ କରିବା ପାଇଁ ଧାଡିରେ ଛିଡା ହୋଇଛନ୍ତି। ଆଜି ଧବଳେଶ୍ବରରେ ଭୋର ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା।

Share This Article