କର୍ଣ୍ଣେଲ ସି କେ ନାଇଡୁ କ୍ରିକେଟ ଟ୍ରଫି ଉଦଘାଟିତ 

Odisha Hot News
1 Min Read

ଭୁବନେଶ୍ଵର: ସୁବୋଧ ମେହେର ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ତେଇଷ ବର୍ଷରୁ କମ କର୍ଣ୍ଣେଲ ସିକେ ନାଇଡ଼ୁ କ୍ରିକେଟ ଟ୍ରଫି ଉଦଘାଟିତ ହୋଇଯାଇଛି। ବିସିସିଆଇ ଓ ଓଡିଶା କ୍ରିକେଟ ଏସୋସିଏସନ କଟକ ସହଭାଗିତାରେ ଜିଲ୍ଲା କ୍ରୀଡା ସଂଘର ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ଏହି ଟ୍ରଫି ଆସନ୍ତା ଏଗାର ତାରିଖ ଦିନ ଉଦଯାପିତ ହେବ।

ବିସିସିଆଇର ନିୟମ ଅନୁସାରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଉଭୟ ଦଳର ଖେଳାଳୀ ଓ ମେଚ ଅଧିକାରୀ ମାନଙ୍କ ସହ କରମର୍ଦନ ପରେ ଖେଳ ଆରମ୍ଭ ହୋଇଥିଲା। ବଲାଙ୍ଗିର ଜିଲ୍ଲାର ଜାତୀୟ ସ୍ତର ମହିଳା ଖେଳାଳୀ ମାଧୁରୀ ମେହେଟା, ରୋସନାରା ପରବିନ ଙ୍କ ସମେତ ଅନ୍ୟ ଖେଳାଳୀ ମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ।

ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂଘ ର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଓସିଏ ର ସମ୍ପାଦକ ସଞ୍ଜୟ ବେହେରା, ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ହରିନାରାୟ ପୂଜାରୀ, ଜିଲ୍ଲା କ୍ରିକେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦଙ୍କ ସମେତ ଜିଲ୍ଲା କ୍ରୀଡା ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Share This Article