ଦୀପାବଳୀ ପାଇଁ ଓମ୍ଫେଡ୍ ଖୋଲିଲା ସ୍ୱତନ୍ତ୍ର ମିଠା ଦୋକାନ

Odisha Hot News
1 Min Read

ଭୁବନେଶ୍ୱର: ପବିତ୍ର ଦୀପାବଳୀ ପାଇଁ ଓମ୍ଫେଡ୍ ର ଅଭିନବ ପ୍ରୟାସ। ଦୀପାବଳୀ ଅବସରରେ ଭୁବନେଶ୍ୱରରେ ଓମ୍ଫେଡ ପକ୍ଷରୁ ଆଜିଠାରୁ ଖୋଲୁଛି ସ୍ୱତନ୍ତ୍ର ମିଷ୍ଠାନ୍ନ ଭଣ୍ଡାର। ଜନପଥର ୟୁନିଟ୍-୯ ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ରେ ଏହି ମିଠା ଦୋକାନ ଖୋଲାଯାଉଛି। ଦୀପାବଳୀ ଅବସରରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଓମ୍ଫେଡ୍ ର ମିଠା ଯଥା-ଛେନାପୋଡ, ରାବିଡି, ମିଠା ଦହି, ଘିଅ, ପନିର, ଆଇସ୍ କ୍ରିମ୍ ଆଦି ଯୋଗାଇ ଦେବାକୁ ଏହି ପ୍ରୟାସ କରାଯାଇଛି। ଲୋକମାନେ ଯେପରି ଉତ୍ତମ, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ସୁଲଭ ମୂଲ୍ୟରେ ପାଇପାରିବେ, ସେଥିପାଇଁ ଓମ୍ଫେଡ୍ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ।

କେବଳ ସେତିକି ନୁହେଁ, ହଜାର ହଜାର ଦୁଗ୍ଧ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଓମ୍ଫେଡ ଘିଅ ଏବେ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବାରୁ ଏହାର ଶ୍ରେୟ ଚାଷୀଙ୍କ ନିକଟକୁ ଯାଉଛି। ଗୋସେବା ସହ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାରୁ ସେମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଧିପନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଓମ୍ଫେଡ୍ ର ଉତ୍ପାଦଗୁଡିକ ସ୍ୱାଦିଷ୍ଟ, ନିରାପଦ, ସ୍ୱାସ୍ଥ୍ୟକର ଏବଂ ଭରସାଯୋଗ୍ୟ ବୋଲି ଜନ ସାଧାରଣ ବିବେଚନା କରୁଛନ୍ତି। ତେଣୁ ଜନସାଧାରଣଙ୍କର ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ଓମ୍ଫେଡ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ।

ଏହି ମିଷ୍ଟାନ୍ନ ଭଣ୍ଡାରରେ ଓମ୍ଫେଡ୍ ଦ୍ୱାରା ପ୍ରସ୍ତୁତ ସମସ୍ତ ପ୍ରକାର ମିଠା ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ସକାଳ ୧୦ ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ମିଷ୍ଟାନ୍ନ ଭଣ୍ଡାର ଖୋଲା ରହିବ ବୋଲି ମାର୍କେଟିଂ ବିଭାଗ ମୁଖ୍ୟ ଡକ୍ଟର ଆଲୋକ ଅଗ୍ନିବେଶ କହିଛନ୍ତି।

Share This Article