ସରିଲା ବାତ୍ୟା ଦାନାର ପ୍ରକୋପ, ଦୁର୍ବଳ ହୋଇ ସ୍ଥଳଭାଗ ପରିତ୍ୟାଗ କରିବା ଆରମ୍ଭ, ଦେଖନ୍ତୁ Video

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବାତ୍ୟାକୁ ନେଇ ଯେଉଁ ଆଶା ଆଶଙ୍କା ଥିଲା ତାହା ଶେଷ ହୋଇଛି। ବାତ୍ୟା ଦାନାର ଲ୍ୟାଣ୍ଡଫଲ ପକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ବାତ୍ୟା ସ୍ଥଳଭାଗରୁ ଅପସରି ଯିବା ପାଇଁ ଚେଷ୍ଠା କରୁଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଭୀଷଣ ବାତ୍ୟା ଦାନା ଦୁର୍ବଳ ହୋଇ କେବଳ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଏହାପରେ ଅବପାତ ପରେ ଲଘୁଚାପକୁ ପରିବର୍ତ୍ତନ ହୋଇ ଉଭାଇ ଯିବ।

ଗତକାଲି ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ଏହାପରେ ରାତି ପ୍ରାୟ ୧. ୩୦ ରୁ ୩ ଟା ୩୦ ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିଥିଲା।

Share This Article