ପେଷାଦାର ଅପରାଧୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଟଙ୍କା ଲୁଟ୍ ଅଭିଯୋଗ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି ଗ୍ରାମର ମୁଖ୍ୟ ରାସ୍ତାରେ ବାବୁ ସାହୁ ନାମକ ଜଣେ ପେଷାଦାର ଅପରାଧୀ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ କରି ଦୁର୍ବୁତ୍ତମାନେ ଟଙ୍କା ଲୁଟ୍ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବାବୁଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁସାରେ ଗୁରୁତର ଆହତ ବାବୁ ସାହୁ ଜଣେ ପୁରୁଣା ଅପରାଧୀ ଓ ସେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ମକଦ୍ଦମାରେ ଅଭିଯୁକ୍ତ। ଏହି ଭଳି ପରିସ୍ଥିତିରେ ସେ ଗାଁରେ ନରହି ଅନ୍ୟତ୍ର ରହୁଥିଲେ। ଏହି ଗତ କିଛି ଦିନ ହେଲା ସେ ଗାଁ କୁ ଆସିଥିଲେ। ଖବର ପାଇ ତାଙ୍କର ପୁରୁଣା ଶତ୍ରୁତାକୁ ନେଇ ଅନ୍ୟ ଗାଁର କିଛି ଯୁବକ ସଙ୍ଘବଦ୍ଧ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପରିବାର ଲୋକଙ୍କଠାରୁ ପ୍ରକାଶ।

Share This Article