ପୁରୀ ବେଳାଭୂମିରେ ଫିଟ୍‌ ଇଣ୍ଡିଆ – ସନ୍‌, ସ୍ୟାଣ୍ଡ ଓ ସୋଲ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Hot News
1 Min Read

ଭୁବନେଶ୍ୱର/ପୁରୀ: ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଏବଂ କ୍ରୀଡାକୁ ଅନ୍ତର୍ଭୁକ୍ତ କରି ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଫିଟ୍‌ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦ୍ୱାରା ପୁରୀ ବେଳାଭୂମି ଲାଇଟ୍ ହାଉସ୍ ନିକଟରେ ଫିଟ୍‌ ଇଣ୍ଡିଆ ସନ୍, ସ୍ୟାଣ୍ଡ ଓ ସୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଫିଟ୍‌ ଇଣ୍ଡିଆ ଚେତନା କାର୍ଯ୍ୟକ୍ରମରେ ଯୋଗ, ମାଲଖମ୍ବ ଏବଂ ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସ୍କୁଲ ପିଲାମାନଙ୍କ ସମେତ ୨୦୦ ରୁ ଅଧିକ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ପର୍ଯ୍ୟଟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ପୁରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡିଏସଓ ଚନ୍ଦନ କୁମାର, ପୁରୀ ଏଚପିସି ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା, ପାରା କ୍ରୀଡ଼ାବିତ ପ୍ରଶିକ୍ଷକ ବିଷ୍ଣୁ କୁମାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଆଇ/ସି ଉପନିର୍ଦ୍ଦେଶକ ତ୍ରୈଲୋକ୍ୟନାଥ ସାହୁ, ସହକାରୀ ନିର୍ଦ୍ଦେଶକ, ସାଇ ଏନଏସଇସି କୋଲକାତା ଲକ୍ଷ୍ମଣ ଡୋଙ୍ଗାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ  ଅନ୍ତର୍ଜାତୀୟ ପାରା ଆଥଲେଟ୍ ସୁଜୟନ୍ତୀ ବେହେରା, ଅନ୍ତର୍ଜାତୀୟ ଖୋ-ଖୋ ଆଥଲେଟ୍ ମାଗାଇ ମାଝୀ, ଶୁଭଶ୍ରୀ ସିଂଙ୍କୁ ସମ୍ମାନିତ କରାଯାଇଥିଲା।

Share This Article