ଓକିଲ ସଂଘ ନିର୍ବାଚନ ପାଇଁ ବାଣପୁର କୋର୍ଟ ଚଳଚଞ୍ଚଳ, ମୈଦାନରେ ୧୩ ପ୍ରାର୍ଥୀ

Odisha Hot News
1 Min Read

ବାଣପୁର: ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେବ।  ଏହି ପରିପ୍ରେକ୍ଷୀରେ ଚଳାଚଞ୍ଚଳ ହୋଇଉଠିଛନ୍ତି ରାଜ୍ୟର ସମସ୍ତ ଓକିଲ ସଂଘ। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ର ଚଳିତ ବର୍ଷ ନିର୍ବାଚନ ପାଇଁ ସମୁଦାୟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ରଣଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି। ସଭାପତି, ସମ୍ପାଦକ, ଉପ ସଭାପତି ଓ ସହ ସମ୍ପାଦକ ପଦବୀ ପାଇଁ ଦୁଇ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କାର୍ଯ୍ୟକାରୀ ସମିତି ସଦସ୍ୟ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସଭାପତି ପଦବୀ ପାଇଁ ବୃନ୍ଦାବନ ପ୍ରଧାନ ଓ ଦେବି ପ୍ରସାଦ ସାମନ୍ତରାୟ, ଉପ ସଭାପତି ପଦବୀ ପାଇଁ ପଦ୍ମଜା ପଟ୍ଟନାୟକ ଓ ଶ୍ରୀନିବାସ ରାଓ , ସମ୍ପାଦକ ପଦବୀ ପାଇଁ ଗୟାଚନ୍ଦ ଜଗଦୀଶ ପଟ୍ଟନାୟକ ଓ ଜଗନ୍ନାଥ ଭୋଳ, ସହ ସମ୍ପାଦକ ପଦବୀ ପାଇଁ ବିଭୁତି ଭୂଷଣ ନାୟକ ଓ ନରେନ୍ଦ୍ର କୁମାର ନାୟକ ଏବଂ କାର୍ଯ୍ୟକାରୀ ସମିତି ସଦସ୍ୟ ପଦବୀ ପାଇଁ ନରେଶ କୁମାର ଚମ୍ପତ୍ତି, ପ୍ରସନ୍ନ କୁମାର ଜେନା, ସନ୍ତୋଷ କୁମାର ମହାପାତ୍ର, ସୁପ୍ରଭା ସାମନ୍ତରାୟ ଓ
ଭି. କାମେଶ୍ୱର ଆଚାରୀ ପ୍ରତିଦ୍ବନ୍ଦିତା କରୁଥିବାର ସୂଚନା ଦେଇଛନ୍ତି ବାଣପୁର ଓକିଲ ସଂଘ ନିର୍ବାଚନ ଅଧିକାରୀ ଅଜିତ କୁମାର ସ୍ୱାଇଁ। ମାର୍ଚ୍ଚ ୨୯ ରେ ବାଣପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ହାତରେ ମାତ୍ର ଆଉ ଦୁଇ ସପ୍ତାହ ରହିଛି ପ୍ରାର୍ଥୀଙ୍କ ହାତରେ।

ଏହି ପରିପ୍ରେକ୍ଷୀରେ ବାଣପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ଆରମ୍ଭ ହୋଇଯାଇଥିବା ବେଳେ ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

Share This Article