ଓଡ଼ିଶାରେ ସର୍ବାଧିକ ବେକାର

Odisha Hot News
1 Min Read

ଭୁବନେଶ୍ୱର – ଓଡିଶାରେ ବେକାରି ସ୍ଥିତି ସର୍ବାଧିକ ୭.୧ ପ୍ରତିଶତ ରହିଛି। ସେଥିମଧ୍ୟରୁ ସହରାଞ୍ଚଳରେ ଏହାର ହାର ୮.୩ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ରହିଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ରିପୋର୍ଟ ଏକଥା କହୁଛି। ଶନିବାର ଭାଜପା ସଭ୍ୟ ମୋହନ ଚରଣ ମାଝିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ନିୟୋଜନ ନିର୍ଦ୍ଦେଶାଳୟ ଅଧୀନରେ ପଞ୍ଜୀକୃତ ସମସ୍ତ ଶିକ୍ଷିତ ବେରୋଜଗାରି ଯୁବତୀ ଯୁବକ ମଧ୍ୟରୁ ୧୨,୬୫୨ ଜଣ ଇଞ୍ଜିନିୟରିଂ, ୮୮୭ ଜଣ ଡାକ୍ତରୀରେ, ଏମ୍‌ବିଏରେ ୧୭୦୬ ଏବଂ ଗଣମାଧ୍ୟମ ଶିକ୍ଷାରେ ୩୪ ଜଣଙ୍କ ନାମ ପଞ୍ଜୀକରଣ ହୋଇଛି।

Share This Article
Leave a Comment