ଶ୍ରୀମନ୍ଦିରରେ ସେବାୟତଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି

Odisha Hot News
0 Min Read

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ପଶ୍ଚିମ ଦ୍ଵାର ପାଖରେ କିଛି ଦୁର୍ବୃତ୍ତ ସେବାୟତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ସେବାୟତ ତଥା ସିନିୟର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

ହସ୍ପିଟାଲରେ ଜିଲ୍ଲାପାଳ ପହଞ୍ଚି ସେବାୟତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ତାଙ୍କର ଏକ୍ସ-ରେ କରାଯିବ ବୋଲି ଚିକିତ୍ସିତ ଡାକ୍ତର କହିଛନ୍ତି।

Share This Article