ବ୍ରହ୍ମପୁର : ଆସନ୍ତାକାଲି ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିରୁ ବିଜେଡି ହିଁ ଏହି ପଦ ହାତେଇବ। ତେବେ, କିଏ ଏହି ପଦ ଅଳଙ୍କୃତ କରିବେ, ତାହା ସ୍ପଷ୍ଟ ହୋଇନାହିଁ। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାଙ୍କ ନାମ ସୁପାରିଶ କରିବେ, ସମସ୍ତ ଦଳୀୟ ସଦସ୍ୟ ମାନିନେବେ ବୋଲି ଜଣାପଡ଼ିଛି। ତେବେ, ନିର୍ବାଚନରେ ଭାଗ ନେବା ପାଇଁ ଦଳ ପକ୍ଷରୁ ହ୍ବିପ୍ ଜାରି କରାଯାଇଛି।
ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ସୁବାସ ଚନ୍ଦ୍ର ବେହେରା ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ପଦ ଖାଲି ପଡ଼ିଥିଲା। ଗଞ୍ଜାମ ଜିଲ୍ଲା ପରିଷଦର ୬୯ ଜୋନ୍ରୁ ବିଜେଡି ଦଖଲରେ ୬୩ ଜୋନ୍ ରହିଛି। ଏହି ସଂଖ୍ୟା ଦୃଷ୍ଟିରୁ ନୂତନ ଅଧ୍ୟକ୍ଷ ବିଜେଡିର ଜଣେ ସଦସ୍ୟ ହିଁ ହେବେ ଏବଂ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ, ଏହା ନିଶ୍ଚିତ। ତେବେ କିଏ ଅଧ୍ୟକ୍ଷ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏ ସଂକ୍ରାନ୍ତରେ ଆଜି ରାତି ସୁଦ୍ଧା ଜିଲ୍ଲା ବିଜେଡି ସଭାପତି, ଜିଲ୍ଲାର ମନ୍ତ୍ରୀ କି ବରିଷ୍ଠ ନେତୃବର୍ଗ ସମସ୍ତେ ଅଜ୍ଞ। ସବୁଥର ଭଳି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନାଁକୁ ମୋହର ମାରିବେ ସେ କାଲି ସକାଳେ ବିଧିବଦ୍ଧ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କୁହାଯାଉଛି। ବିଜେଡି ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଜିଲ୍ଲା ପରିଷଦର ନୂତନ ଅଧ୍ୟକ୍ଷ କିଏ ହେବ ସେ ଜାଣି ନଥିବା କହିଛନ୍ତି। କାଲି ହିଁ ସବୁ ସ୍ପଷ୍ଟ ହେବ। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ଶିରୋଧାର୍ଯ୍ୟ। ଜିଲ୍ଲାସ୍ତରରେ ଏ ପର୍ଯ୍ୟନ୍ତ ଏକ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିଭଳି, କୋରାପୁଟ ଜିଲ୍ଲା ପରିଷଦ ସଭାପତି ଥିବା ପ୍ରଭୁ ଜାନୀ ଲକ୍ଷ୍ମୀପୁରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେହିଦିନ ଠାରୁ ଏହି ପଦବି ଖାଲି ପଡିଥିଲା। ୨୯ଟି ଜିଲ୍ଲା ପରିଷଦ ଆସନ ଭିତରୁ ୨୪ଟି ଆସନରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲା। ଏହା ଭିତରେ ପ୍ରଭୁ ଜାନୀ ଇସ୍ତଫା ଦେଇଥିଲା ବେଳେ ବିଜେଡିରୁ ସଦସ୍ୟ ଥିବା ଡୁମୁରୀ ଖିଲଙ୍କ ଦେହାନ୍ତ ହୋଇଛି। ତେଣୁ ଦୁଇଟି ଆସନ ଖାଲିପଡିଛି। ତଥାପି ବିଜେଡି ପାଖରେ ୨୨ଜଣ ସଦସ୍ୟ ରହିଥିବାରୁ ବିଜେଡି ହିଁ ସଭାପତି ପଦ ହାତେଇବ। ତେବେ କିଏ ସଭାପତି ହେେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଦଳରେ ଏହି ପଦ ପାଇଁ ଏକାଧିକ ଆଶାୟୀ ଅଛନ୍ତି। ଏ ସଂପର୍କରେ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି ଯେ, ସଭାପତି ପଦ ପାଇଁ ଦଳ ପକ୍ଷରୁ ତୁଳସୀ କିର୍ସାନୀଙ୍କ ସମେତ ପ୍ରଶାନ୍ତ ଗୁପ୍ତ, ପ୍ରଭାତ ଗୁରୁମାଇ, ପ୍ରଶାନ୍ତ ଗୁପ୍ତା ଓ ପୂର୍ଣ୍ଣିମା ଜାନୀଙ୍କ ନାମ ସୁପାରିସ କରାଯାଇଛି। ତେବେ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ଶେଷ ନିଷ୍ପତ୍ତି ନେବେ। ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ସମସ୍ତେ ସମର୍ଥନ ଦେବାକୁ ହ୍ବିପ ଜାରି କରାଯାଇଛି ବୋଲି ସେ କହିଛନ୍ତି।

производство шкафов купе шкафы купе на заказ москва
Everything for Minecraft http://www.topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.