ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ, କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଥିଲେ ଥିଲେ ହଠାତ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ସେ ସିଧା କହିଛନ୍ତି ଯେ, ବିଜେଡିରେ ଯେ ପର୍ଯ୍ୟନ୍ତ ଭି କେ ପାଣ୍ଡିଆନ ଥିଲେ ସେ ପର୍ଯ୍ୟନ୍ତ ଦଳ ହାରିବ। ତାଙ୍କ ପାଇଁ ମୁଁ ବିଜେଡି ଛାଡିଲି ବୋଲି କହିଛନ୍ତି ଛଅ ଥର ସାଂସଦ ହୋଇଥିବା ବାବା ପ୍ରସନ୍ନ ପାଟ୍ଟଶାଣୀ।

ପ୍ରସନ୍ନଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଚିଲିକା ଏବଂ ପରବର୍ତ୍ତି ସମୟରେ ଖୋର୍ଦ୍ଧାରୁ ବିଧାନସଭା ଟିକେଟ ଦିଆଯିବ ବୋଲି ଆଶା କରାଯାଉଥିଲା। ହେଲେ ଶେଷ ମୁହୁର୍ତ୍ତରେ ତାହା ବାତିଲ ହେଲା। ଫଳରେ ପାଟ୍ଟଶାଣୀ ବିଜେଡିର ପ୍ରଚାରରେ ସାମିଲ ହେଲେ ନାହିଁ। ନିର୍ବାଚନ ଫଳାଫଳ ବାହାରିବା ପରେ ଏବଂ ବିଜେପି ସରକାର କରିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।

Share This Article