ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଦିଲ୍ଲୀ ବିଜେପି ପ୍ରଭାରୀ, ବିଧାନସଭା ନିର୍ବାଚନ ପାଇଁ କରିବେ ରଣନୀତି

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା ଓଡିଶା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ଆଉ କିଛି ମାସ ପରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛି। ପୂର୍ବରୁ ବୈଜୟନ୍ତ ଦିଲ୍ଲୀ ପ୍ରଭାରୀ ଦାୟିତ୍ବରେ ଥିଲେ। ତାଙ୍କର କାର୍ଯ୍ୟରେ ସନ୍ତୁଷ୍ଠ ହୋଇ ଦଳ ପୁଣି ଥରେ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛି।

ସେହିପରି ଦିଲ୍ଲୀ ପାଇଁ ଦଳ ସାଂସଦ ଅତୁଳ ଗର୍ଗଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ବୈଜୟନ୍ତଙ୍କୁ ନିର୍ବାଚନ ରଣ ନୀତି ପ୍ରସ୍ତୁତ କରିବାରେ ସମସ୍ତ ସାହାର୍ଯ୍ୟ କରିବେ। ବର୍ତ୍ତମାନ ଦିଲ୍ଲୀରେ ଆପ ସରକାର ଶାସନରେ ରହିଛି। ତାଙ୍କ ହାତରୁ ଶାସନ କ୍ଷମତା ଛଡାଇ ଆଣିବା ପାଇଁ ଚେଷ୍ଠା କରିବେ ବୈଜୟନ୍ତ ପଣ୍ଡା।

Share This Article