କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜି କେନ୍ଦୁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକାପ୍ଟରରେ କେନ୍ଦୁଝର ଯାଇଥିଲେ। ସେଠାରେ ଆଜି ସେ ବିଭିନ୍ନ ପୂଜା ମଣ୍ଡପ ଭ୍ରମଣ କରିଛନ୍ତି। କେନ୍ଦୁଝର ଝୁମ୍ପୁରା ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂଜାପାଠ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ କେନ୍ଦୁଝର ସୁନରିପସି ଦୁର୍ଗା ମଣ୍ଡପରେ କିଛି ସମୟ ଅତିବାହିତ କରିଥିଲେ। ପୂଜା ମଣ୍ଡପ ପରିଦର୍ଶନ ପରେ ସେ କେନ୍ଦୁଝରରେ କଚ୍ଛ ଗୁର୍ଜର କ୍ଷତ୍ରୀୟ ସମାଜର ନବରାତ୍ର ଉତ୍ସବ ପାଳନରେ ଯୋଗ ଦେଇଥିଲେ। ଏହାପରେ ନିଜ ଗାଁ ରାଇକଳାରେ ‘ ମା ପାଇଁ ଗଛଟିଏ ‘ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।

Share This Article