ଆଜି ବିଜୟା ଦଶମୀ, ଦୁର୍ଗାପୂଜାର ଶେଷ ପର୍ବ, ବିଭିନ୍ନ ପୂଜା ମଣ୍ଡପରେ ଭିଡ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ବିଜୟା ଦଶମୀ। ଦୀର୍ଘଦିନ ଧରି ଚାଲିଥିବା ମା ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। କାରଣ ଆସନ୍ତାକାଲି ମା ଆମମାନଙ୍କ ପାଖରୁ ବିଦାୟ ନେବେ। ପୁଣି ମାଙ୍କ ଦର୍ଶନ କରିବାକୁ ହେଲେ ବର୍ଷେ ଅପେକ୍ଷା କରିବାକୁ ପଡିବ। ଦୀର୍ଘ ଦଶଦିନ ଧରି ଚାଲିଥିବା ଘୋଘା ଆଜି ରାତିରେ ଯବନିକା ପଡିବ। ସେଥିପାଇଁ ଆଜି ସମସ୍ତ ପୂଜା ମଣ୍ଡପରେ ସକାଳୁ ଭିଡ ପରିଲକ୍ଷିତ ହୋଇଛି।

ତେବେ ଆଜି ଶେଷ ଦିନ ହୋଇଥିବାରୁ ସଂଧ୍ୟାରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଇଛି। ଆଜି ସମସ୍ତ ପୂଜା ମଣ୍ଡପରେ ଚାଲିଛି ଦଶମୀ ପୂଜା। ଆଜି ସଂଧ୍ୟାରେ ହେବ ରାବଣ ପୋଡି ଉତ୍ସବ। କାରଣ ଏହି ବିଜୟା ଦଶମୀରେ ପ୍ରଭୃ ଶ୍ରୀରାମ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ବୋଲି କୁହାଯାଉଛି। ଆଜି ରାବଣ ପୋଡି ତଥା ପୂଜାର ଶେଷ ଦିନ ହୋଇଥିବାରୁ ଭକ୍ତଙ୍କ ଭିଡକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share This Article