ବିଜେଡିକୁ ନେଇ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏମିତି କାହିଁକି କହିଲେ

Odisha Hot News
1 Min Read

ଭୁବନେଶ୍ବର: ବିଜେଡିର ଜଣେ ଜଣେ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଦଳକୁ ଅଡୁଆରେ ପକାଉଛନ୍ତି। ସେମିତି ଏକ କଥା କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ ପ୍ରକାଶ ବେହେରା ବିଜେଡି ଛାଡିବା ପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେ କହିଛନ୍ତି ଯେ, ଯେଉଁମାନେ ଗତ ନିର୍ବାଚନରେ ଆମଦାନୀ ହୋଇ ବିଜେଡିକୁ ଆସିଥିଲେ ସେମାନଙ୍କ ଅସଲ ପରିଚୟ ଜଣାପଡିଗଲା। ସେମାନେ ଦଳର ଅସୁବିଧା ସମୟରେ କେବେ ବି ସାଥୀରେ ରହିବେ ନାହିଁ। ଏହିପରି କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ଦୁଇଦିନ ତଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସମ୍ବିତ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଡଙ୍ଗା ବୁଡିବା ବେଳେ କେବଳ ଭୀରୁମାନେ ଡେଇଁ ପଡନ୍ତି। ପ୍ରକାଶ ବେହେରା ବିଜେଡିରେ କେବେ ବି ନ ଥିଲେ। ସେ କଂଗ୍ରେସ ଛାଡି ବିଜେପିରେ ଏବଂ ବିଜେପି ଛାଡି ବିଜେଡିକୁ ଆସିଥିଲେ। ତାଙ୍କୁ ବିଜେଡିକୁ ଆଣିବା ଭୁଲ ଥିଲା। ଏଥିସହିତ ତାଙ୍କୁ କଟକ ବାରବାଟୀ ଆସନରେ ପ୍ରାର୍ଥୀ କରିବା ମଧ୍ୟ ଭୁଲ ଥିଲା। ଅବଶ୍ୟ ସେତେବେଳେ ଯେଉଁମାନେ ବୁଝାବୁଝି କରୁଥିଲେ ସେମାନେ ପରିସ୍ଥିତି ଦେଖି କଣ ନିଷ୍ପତି ନେଇଥିବେ ତାହା ଭିନ୍ନ କଥା। ହେଲେ ସାଧାରଣରେ ଏହା ଭୁଲ ନିଷ୍ପତି ଥିଲା ବୋଲି କହିଛନ୍ତି ସମ୍ବିତ ରାଉତରାୟ।

ତେବେ ସମ୍ବିତଙ୍କ ଏପରି ବୟାନ ପରେ ବିଜେଡି ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି.

Share This Article