ଆଜିଠାରୁ ତିନିଦିନିଆ କେଉଁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ କେଉଁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଅପରାହ୍ନରେ ସେ ହେଲିକାପ୍ଟରରେ ଭୁବନେଶ୍ବରରୁ କେଉଁଝର ଯିବେ। ସେଠାରେ ସେ ଶିରିଡି ସାଇ ମନ୍ଦିରରେ ପୂଜାଅର୍ଚ୍ଚନା କରିବେ। ଏହାପରେ ସେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବେ। ଏ ନେଇ ପୂର୍ବରୁ କେଉଁଝରର ବିଭିନ୍ନ ପୂଜା ମଣ୍ଡପ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ।

ରବିବାର ସକାଳେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳା ଗସ୍ତ କରିବେ। ସେଠାରେ କିଛି ସମୟ ରହିବା ପରେ ସେ ପୁଣି କେଉଁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିବେ। ସେହିପରି ସୋମବାର ଦିନ ସେ କେତେକେ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେହିଦିନ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।

Share This Article