ଭରତପୁର ଥାନା ଘଟଣାର ପଡିଲା ବଡ ପ୍ରଭାବ, ବଦଳିଲେ ଭୁବନେଶ୍ବର କମିଶନର ଓ ଡିସିପି

Odisha Hot News
1 Min Read

ଭୁବନେଶ୍ବର: ଭରତପୁର ଥାନା ଘଟଣାର ବଡ ପ୍ରଭାବ ଆଜି ପରିଲକ୍ଷିତ ହୋଇଛି। ଏହି ଥାନାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ପୁରା ପୋଲିସ ବିଭାଗ ବଦନାମ ହୋଇଯାଇଛି। ଫଳରେ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଯେଉଁ ଅଦଳବଦଳ କରିଛନ୍ତି ସେଥିରେ ଭୁବନେଶ୍ବର ପୋଲିସ କମିଶନର ଏବଂ ଡିସିପିଙ୍କୁ ବଦଳି କରିଦେଇଛନ୍ତି।

ନୂଆ ବିଜ୍ଞପ୍ତି ଅନୁସାରେ ଆଜି ରାଜ୍ୟ ସରକାର ଭୁବନେଶ୍ବର ପୋଲିସ କମିସନର ସଂଜୀବ ପଣ୍ଡାଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଦେବଦତ୍ତ ଆଡିସନାଲ ଡିଜି ପୋଲସ ଅପରେସନ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସଂଜୀବ ପଣ୍ଡାଙ୍କୁ ପୋଲିସ ଏକାଡେମୀର ନିର୍ଦ୍ଦେକ ଭାବେ ବଦଳି କରିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଛନ୍ତି। ସେହିପରି ତାଙ୍କ ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରିଛନ୍ତି।

Share This Article